logo

ମନ୍ତ୍ରୀଙ୍କ ପିଏସଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା । ମିଳିଲାଣି ୩୦ କୋଟି, ଆହୁରି ମିଳିବା ନେଇ ସୂଚନା । ଟଙ୍କା ଗଣିଗଣି ହାଲିଆ ମେସିନ୍ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମନ୍ତ୍ରୀ ଆଲମଗିର ଆଲାମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲଙ୍କ ସହଯୋଗୀଙ୍କ ଘରୁ ନଗଦ ୨୦ କୋଟି ଟଙ୍କା ଜବତ କରିଛି। ଘଟଣାସ୍ଥଳରେ ନୋଟ୍ ଗଣତି ପାଇଁ ତଦନ୍ତକାରୀ ସଂସ୍ଥା ଇଡି ଅନେକ ମେସିନ୍ ବ୍ୟବହାର କରୁଛି ।
୨୦୨୩ରେ ମଧ୍ୟ ଗ୍ରାମୀଣ ବିକାଶ ବିଭାଗର ମୁଖ୍ୟ ଅଧିକାରୀ ବୀରେନ୍ଦ୍ର କେ ରମନଙ୍କ ଘରୁ ଟଙ୍କା ଜବତ ହୋଇଥିଲା । ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏହା କଳାଧନ ବୋଲି ଇଡି କହିଥିଲା । କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡରେ ରାଲି କରିବାବେଳେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ । ଏହାପରେ ଝାଡଖଣ୍ଡରେ ସକ୍ରିୟ ହୋଇଛି ଇଡି ।

31
736 views